ଦୀପାବଳୀ
ଦୀପାବଳୀ
1 min
6.8K
ଦୀପଟିଏ ଜଳେ ଅଳ୍ପ କ୍ଷଣ ମାତ୍ର
ଆଲୋକ ଦେବା ତା କାମ
ସେଥିପାଇଁ ଦୀପ ପ୍ରଥମେ ଜଳଇ
କରୁ ଯେବେ ଶୁଭ କର୍ମ
ଆମ ମନ ମଧ୍ୟେ ଭରି ରହିଅଛି
କେତେ ଯେ କାହିଁ ଅନ୍ଧାର
ଶୁଭର ଆଲୋକ କେବଳ ହିଁ ତାହା
କରିବ ଅଚିରେ ଦୂର
ଦୀପାବଳୀ ଆସେ ବରଷକେ ଥରେ
ଦୀପ ହୁଏ ସମାହାର
ପାଳନ କରନ୍ତି ଅଶାନ୍ତି ଅନ୍ଧାର
ମନରୁ ହେବ ବାହାର
ପବିତ୍ର ଦିବସ ଶୁଭ ଅବସରେ
ପବିତ୍ର କାମନା ମୋର
ସର୍ବ ଶୁଭ ହେଉ ଦୁଃଖ ଦୂର ହେଉ
ଝରୁଥାଉ ହସ ଧାର
ଚିତ୍ତରଞ୍ଜନ ଲେଙ୍କା,କଟକ