ହୃଦୟ ମୋର ମାଆ
ହୃଦୟ ମୋର ମାଆ
1 min
6.8K
ଅଖଣ୍ଡ ପ୍ରଦୀପ
ତୋ ପାଦେ ଜଳୁଥିବ
ଭକ୍ତିର ଅର୍ଘ୍ଯ ମାଆ
ସରିବନି କେବେ
ଅହରହ ଝରୁଥିବ……||
ଏ ମିଛ ସଂସାର
ଏ ମିଛ ଶରୀର
ଯାହା ତୁ ଦେଇଛୁ ମୋତେ
ମୁଁ ବୋଲି କିଛି
ନାହିଁ ତ ମାଆ ଲୋ
ସମର୍ପି ଦେଇଛି ତୋତେ……||
ପ୍ରେମ ଯେତେ ଏଇ
ହୃଦୟରେ ଅଛି
ତୋ ପାଇଁ ମୁଁ ରଖିଥିବି
ଜିଇଁ ଥିବା ଯାଏଁ
ଆନ ଭିତରେ ମୁଁ
ତୋ ସେବା କରୁଥିବି ||