ଜୀବନ ଗୀତା- ୮୭
ଜୀବନ ଗୀତା- ୮୭
1 min
6.8K
ଜୀବନ ଗୀତା-୮୭
( କବୟିତ୍ରୀ ମନୋରମା ବିଶ୍ୱାଳ ମହାପାତ୍ରଙ୍କୁୁ ସମର୍ପିତ )
ଜୀବନ ନଈର
କୁଳୁକୁଳୁ ଗୀତ
ହଜିଗଲା କାହିଁ
ହୁଏ ମୁଁ ଚକିତ ॥୦॥
ପଥସାରା ଖାଲି
ଖଇଫୁଟା ବାଲି
ଜଳିଯାଏ ପାଦ
ପାରୁନାହିଁ ଚାଲି
ଫଗୁଣ ଫୁଲରେ
ଚାଲୁଥିଲି ଦିନେ
ରହିଗଲା କାହିଁ
ସେ ଋତୁ ବସନ୍ତ ॥୧॥
ଶୋଷରେ ଆଉଟି
ଶୁଖିଯାଏ ତଣ୍ଟି
ପାଣି ଟୋପେ ବିନା
ଓଠ ଯାଏ ଫାଟି
ମାୟା ମରୀଚିକା
ନେଉଛି ପରୀକ୍ଷା
କରୁଅଛି ଖାଲି
ସେ ତ ହନ୍ତସନ୍ତ ॥୨॥