ଗାଁ ମାଟି ଆମ ସୌନ୍ଦର୍ଯ୍ୟରେ ଭରା
ଗାଁ ମାଟି ଆମ ସୌନ୍ଦର୍ଯ୍ୟରେ ଭରା
ପ୍ରକୃତିର ସୌନ୍ଦର୍ଯ୍ୟ ଭରା
ଗାଁ ମାଟି ଆମ
କେଡ଼େ ସୁନ୍ଦର ତା ରୂପ ଲାବଣ୍ୟ
ବିଲ ବାଡ଼ି କ୍ଷେତ ଗାଡ଼ିଆ ପୋଖରୀ
ନଦୀ ,ନାଳ ,ବଣ ପାହାଡ଼ ଜଙ୍ଗଲ
କୁଳୁକୁଳୁ ନାଦ ଝରଣା
ମାଟି ମା'ର ମହ ବାସନା
ସବୁଜ କ୍ଷେତର ସବୁଜିମା
ସୋରିଷ କ୍ଷେତରେ ଲହଡି ଭାଙ୍ଗେ
ସୁନେଲି ଫୁଲର ସମ୍ଭାରନା ।
ସତେ କି ଝରି ଆସେ
ସୁଲୁ ସୁଲୁ ମୃଦୁ ମଳୟର
ହସର ଫୁଆରା ।
ସୁଦୂର ପାହାଡ ଗର୍ଭରୁ
ସକାଳ ସୂର୍ଯୋଦୟ ତନୁ ମନେ
ଜାଗି ଦିଏ ଅଫୁରନ୍ତ ଆନଂଦ
ମନରେ ଭରି ଦିଏ କର୍ମ କରିବାର
ଉତ୍ସାହ ଓ ଆଗ୍ରହ ।
ଗାଁ ପରିବେଶ କୋଳାହଳ
ଚାଷୀ ଭାଇ କ୍ଷେତକୁ ଯାଏ
ଧରି ହଳ ଲଙ୍ଗଳ ।
ସୂର୍ଯ୍ୟାସ୍ତର ଅପରାହ୍ନ ହେଲେ ଅବତୀର୍ଣ୍ଣ
ସାନ୍ଧ୍ୟକୁ ସ୍ୱାଗତ କରି
ବାହୁଡନ୍ତି ସମସ୍ତେ ନିଜ ନିଜ ଘର
ଗାଈ ଗୋଠ ଧରି ଫେରେ ଜଗୁଆଳି
ଚାଷୀ ଭାଈ ଫେରେ ଆନଂଦ ମୁଖର ।
ଆକାଶରେ କାକଳି କଳରବ ସ୍ୱରେ
ଗୀତ ଗାଇ ଗାଇ ଫେରେ ତାର ନୀଡ
ଘର ଭୁଆସୁଣୀ ସଞ୍ଜବତୀ ଧରି
ଚଉରା ମୂଳରେ ଶୁଭ ମନାଶେ ପରିବାରର
ଘଣ୍ଟ ଘଣ୍ଟା ନାଦେ ହୁଳହୁଳି ଶବ୍ଦେ କମ୍ପି ଉଠେ ଧରା ।
ଗ୍ରାମ ଦେବା ଦେବୀଙ୍କ ପାଶେ
ଧୂପବତୀ ସଞ୍ଜ ବତୀ ଝୁଣାର ମହକ
ଚାରି ଆଡ଼େ ବାସି ଉଠେ ,
ଗ୍ରାମୀଣ ସୌନ୍ଦର୍ଯ୍ୟ ଏତେ ମନୋରମ
ଭୁଲି ହୁଏ ନାହିଁ , ଆହା କି ସତେ..!!!!
ଅମ୍ବିକା ସ୍ୱାଇଁ