Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ମହାର୍ଘ କ୍ଷଣ

ମହାର୍ଘ କ୍ଷଣ

1 min
8.7K



ସେତେବେଳେ

ଯେତେବେଳେ ଶରୀରର

ସବୁ ଧମନୀର

ଶିରା ପ୍ରଶିରା ଦେଇ

ରକ୍ତ ମାନେ

ଦୃତ ଗତିରେ

ଏଣେତେଣେ ଦୌଡିବା

ଆରମ୍ଭ କରନ୍ତି l


ଦେହରେ ନିଆଁଲାଗି

ଶିହରଣ ଖେଳିଯାଇ

ମନରେ ଖୁବ୍ ଗୁଡ଼ାଏ

ଫୁର୍ତ୍ତିପଣ କେଉଁଠୁ

ମାଡିଆସେ l


ସେତେବେଳେ

ଦୁଇଟି ଦେହ ଓ ମନ

ଏକାକାର ହେବାର

ଭର୍ ପୁର୍ ପ୍ରୟାସରେ

ମାତି ଉଠିନ୍ତି l


ସେ ସ୍ଥାନଟା ପୂର୍ଣ୍ଣ

ଉତ୍ତେଜନା ପ୍ରବଣ

ହୋଇଉଠିବା ସହ

ସେଠି ଶହେ ଚଉରାଳିଶ ଧାରା

ଜାରି ହେବାର ସମ୍ପୂର୍ଣ୍ଣ

ସ୍ଥିତି ଉପୁଜେ l


ସେ ଇଲାକାଟା

ସେତିକି ବେଳେ

ଅନ୍ୟମାନଙ୍କ ପାଇଁ

ନିଷିଦ୍ଧାଞ୍ଚଳ ବୋଲି

ଘୋଷିତ ହୁଏ l


ସେଠି ଯାହା ବି ହୁଏ

ସବୁ ଠିକ୍ ହୁଏ l

କିଛି ଗୋଟେ ଖୁବ୍ ମୂଲ୍ୟବାନ୍

କାର୍ଯ୍ୟ ସମ୍ପାଦିତ

ହେଲା ବୋଲି ଲାଗେ l


ଦେହ ମନ ପୁଲକିତ ହୋଇ

ଆଖି ମୁଦି ହୋଇ ଆସିବା ସହ

କିଛି ଅସ୍ପଷ୍ଟ ଶବ୍ଦ ଓ

ମୂଲ୍ୟହୀନ କଥା

ପାଟିରୁ ଆପେଆପେ

ବାହାରି ଆସେ l


ଏଇ କଣ ସତରେ

ସେଇ ସ୍ୱର୍ଗୀୟ ଅନନ୍ଦରେ

ଭର୍ ପୁର୍ ମହାର୍ଘ କ୍ଷଣ ?


*******************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in