STORYMIRROR

Subhasmita Mohanty

Others

3  

Subhasmita Mohanty

Others

ହଳଦିଆ

ହଳଦିଆ

1 min
129

ଶୁଭ କାର୍ଯ୍ୟରେ ହଳଦିଆ ରଙ୍ଗର

ଆବଶ୍ୟକତା ଯେ ଥାଏ,

ବୃହସ୍ପତି ଙ୍କ ସହ ଏହି ରଂଗ ର

ସମ୍ବନ୍ଧ ବି ରହିଥାଏ।


ମନ ରେ ଥିବା ନକାରାତ୍ମକ ଶକ୍ତି

ଦୂରେଇ ଯେ ଦିଏ ଏହି,

ନିତି ଏହି ବସ୍ତ୍ର ପରିଧାନ କଲେ

ଜ୍ଞାନ ଯେ ପ୍ରାପ୍ତ ହୁଅଇ। 


ଏହି ରଂଗ ଶାନ୍ତି ଓ ବିନମ୍ରତା କୁ 

ସର୍ବଦା ସୂଚାଇ ଥାଏ,

ଏହି ରଂଗ ବ୍ୟବହାର ଦ୍ୱାରା ପୁଣି

ସୁଖ ବୃଦ୍ଧି ହୋଇଥାଏ।


ମାତା କୁଷ୍ମାଣ୍ଡା ଙ୍କ ଅତି ପ୍ରିୟ ରଂଗ

ଅଟେ ଏହି ହଳଦିଆ,

ଏହି ରଂଗ ର ବସ୍ତ୍ର ପରିଧାନ କଲେ

ମାଆ ହୁଅନ୍ତି ଯେ ସାହା।


Rate this content
Log in