କବିତା ଏକ ଅଜବ ପ୍ରେମିକା
କବିତା ଏକ ଅଜବ ପ୍ରେମିକା
କବିତା ଏକ ଅଜବ ପ୍ରେମିକା
ଭରିଦିଏ ନୟନରେ ଅସୁମାରୀ ସ୍ଵପ୍ନ
ତାର ସାନିଧ୍ୟରେ ମନ ଛନଛନ
କେବେ ଗୋଲାପ ପାଖୁଡା
ପୁଣି କେବେ କଣ୍ଟାଳିଆ ବୁଦା
କରିଦିଏ ଅଜାଣତେ ଆଖିପତା ଓଦା
ଢଳଢଳ ଯୌବନରେ ପୂର୍ଣ୍ଣ ଅବୟବ
ପରଷିଦିଏ ଷଡ଼ରୁତୁ ସମ୍ଭାର
ବିତରଇ ପ୍ରେମ ମଧୁ ମର୍ତ୍ତ୍ୟ ଠୁ ସ୍ଵର୍ଗପୁର
ଜଞ୍ଜାଳ ପରିପୂର୍ଣ୍ଣ ଥାଏ ଯେବେ ଉଦର
ସାଉଁଟି ଆଣେ ପିତା ମାତା ପତ୍ନୀ ପତି
ଜୀଇଚାଲେ ନଦେଇ ବିରତି
ନାନାବାୟା ଗୀତ ବୋଲି ଆସଇ ବାର୍ଦ୍ଧକ୍ୟ
ବାଣ୍ଟୁଥାଏ ଜୀବନ ଦର୍ଶନ
କହେ ଜୀବନ ମରଣ
କହିଚାଲେ କେତେ ଅଙ୍ଗେନିଭା କାହାଣୀ
ମଗଜେ ପୁରାଏ ସାଧୁବାଣୀ
ହୃଷ୍ଟପୃଷ୍ଟ ଶରୀର ସାଉଁଟେ ପ୍ରଶଂସା
ଜୀର୍ଣ୍ଣଶିର୍ଣ୍ଣ ହୋଇ ହୁଏ ଲୋକହସା
ଜାତି ନାହିଁ ଧର୍ମ ନାହିଁ ନାହିଁ ଭେଦଭାବ
ନାୟିକା ସେ କବି ହୃଦୟର
ଆଙ୍କି ହୁଏ ସ୍ଵପ୍ନ ବାସ୍ତବ ନିତ୍ୟ ନବ ।।।।
ପଦ୍ମାଳୟା