ଶେଫାଳି ଢାଳୁଛି ଲୁହ
ଶେଫାଳି ଢାଳୁଛି ଲୁହ
1 min
7.1K
ଶୀତ ସକାଳର ଝରା କାକରରେ
ଶେଫାଳି ଢାଳୁଛି ଲୁହ
ଓଠରୁ ହସ ତା' ମଉଳି ଝଡୁଛି
ପାଖୁଡା ପାଖୁଡା କୋହ ॥
ଭଅଁର ଛୁଇଁନି ଆଦରରେ ତାକୁ
ଛୁଇଁନି ବି ପ୍ରଜାପତି
କେହି ବି ମାଗିନି ଆଦରରେ ତାକୁ
ଲାଜଭରା ଅନୁମତି
ସୁନା ସକାଳର ଅବିରରେ କେବେ
ସଜେଇପାରିନି ମୁହଁ ॥
ଭିଜା ମହକରେ ପାରିନି ସେ କାହା
ପ୍ରୀତିର ଝରକା ଖୋଲି
ଝଡିବା ଆଗରୁ ଦିନେ ବି ଦେଇନି
କାହାର ଆଞ୍ଜୁଳି ଭରି
ନୀରବ ରାତିର ସାଥୀ ସିନା ସିଏ
ସକାଳେ କାହାର ନୁହଁ ॥
×××
# ଅଭିରାମ ସାହୁ ।