Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ନାହିଁ ନାହିଁର ଜୀବନ

ନାହିଁ ନାହିଁର ଜୀବନ

1 min
424



ଏଇ ରାସ୍ତା କଡର 

ଜୀବନ୍ତ ମଣିଷମାନଙ୍କୁ ଯେପରି

ଚିଡିଆଖାନାର ଜୀବଜନ୍ତୁ ପରି  

ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟିରେ 

ଦେଖି ଦେଖି ଏଠି

ଥିଲାବାଲା ପୁଞ୍ଜିପତି ଭାବନ୍ତି

ଏ ଗୋଟେ କି ଜୀବନ ?

ଇଏ ତ ଖାଲି 

ନାହିଁ ନାହିଁର ଜୀବନ,

ଏ ଜୀବନର ମୂଲ୍ୟ କିବା କୁହତ ?


ସତରେ ଏ ରାସ୍ତା କଡର ଜୀବନ

ଆଜି ଏଠି ତ କାଲି ସେଠି l

ଏମିତି ଜୀବନ 

ଜିଉଁଥିବା ଲୋକଙ୍କର

ଘର ପାଇଁ ଆବଶ୍ୟକତା ପଡେନି

ରଡ୍, ଗୋଡି,ଇଟା,ବାଲି କି ସିମେଣ୍ଟ l


ଏ ଜୀବନରେ କୌଣସି 

ଗର୍ବ ଅଂହକାର ନାହିଁ l

ଛନ୍ଦ କପଟ କଣ

ଏମାନେ ଜାଣନ୍ତି ନାହିଁ l

ବ୍ଲଡ୍ ପ୍ରେସର୍ କି ଡାଇବେଟିସ୍

ତାଙ୍କ ପାଖ ମାଡିବାର ନାହିଁ l


ଅତୀତର କଥା 

କିଛି ଭାବିବାର ନାହିଁ l

ଭବିଷ୍ଯତର କୌଣସି 

ଯୋଜନାରେ ମାତିବାର ନାହିଁ l

ଜୀବନ ପ୍ରତି ଅହେତୁକ

ମୋହ ନାହିଁ କିମ୍ବା

ମୃତ୍ଯୁକୁ ଭୟ ବି ନାହିଁ l


ଏ ଜୀବନରେ କିଛି

ଜାକଜମକ ନାହିଁ l

ବିବାହ ବାର୍ଷିକି କି ଜନ୍ମଦିନ

ପାଳନ କରିବାର ନାହିଁ l

ସେସବୁ ତିଥି ତାରିଖ ବାର

ସେମାନେ ମନରେ ରଖନ୍ତି ନାହିଁ l


ସ୍ୱପ୍ନ ଦେଖିବାର ନାହିଁ 

କିମ୍ବା ଜୀବନ ଯୁଦ୍ଧରେ 

ହାରିଯିବାର ଭୟ ବି ନାହିଁ l

ଅନ୍ୟ କାହାଠୁ କିଛି

ମାରିନେବାର ଅଭିପ୍ରାୟ ବି ନାହିଁ l


ସେମାନେ ବର୍ତ୍ତମାନରେ 

କେବଳ ଜିଇଁବା ଶିଖିଛନ୍ତି l

ନୀରବତା ହିଁ ତାଙ୍କ ଭାଷା 

କର୍ମ ହିଁ ତାଙ୍କ ଜୀବନ l

ଖଟିଲେ ଖାଇବେ

ନମିଳିଲେ କାହା ପାଖରେ

ଅଭିଯୋଗ କାରିବାର ନାହିଁ ।

ସତରେ ଏଇ ନାହିଁ ନାହିଁର ଜୀବନ

କେବଳ କଣ ତାଙ୍କ ପାଇଁ ଉଦ୍ଦିଷ୍ଟ ?


ତଥାପି ସେଠି ହିଁ 

ଦେଖିହୁଏ ଅନାବିଳ ପ୍ରେମ

ନିରୁତା ଭଲପାଇବା

ଆଉ ଅଳ୍ପରେ ସନ୍ତୁଷ୍ଟି ହେବାର

ସମସ୍ତ ମନୋଭାବର ଲକ୍ଷଣ l



Rate this content
Log in