କିଏ ତୁମେ ଈଶ୍ୱର
କିଏ ତୁମେ ଈଶ୍ୱର
କିଏ ତୁମେ ଈଶ୍ୱର
କଳ୍ପନା ବା କାବ୍ୟ
ଅନ୍ତ ବା ଆରମ୍ଭ
କିଏ ତୁମେ...
ଯିଏ କ୍ରୋଧ କରେ
ଲାଞ୍ଚ ନିଏ
ଅଭିଶାପ ଦିଏ
ଠିକ ମଣିଷଟି ପରି।।
ମଣିଷର ଯେତେସବୁ
ଗୁଣ ଦୁର୍ଗୁଣ ଅବଗୁଣ ନେଇ
ହାତ ପାଦ ଆଖି ନାକ
ଧରି ଉଭା କିଏ ତୁମେ।।
କିଏ ତୁମେ
ଯିଏ ଦେଖିପାରେ ନାହିଁ
ପୃଥିବୀ ପୃଷ୍ଠରେ ସଂଗଠିତ
ଯାବତୀୟ ହତ୍ୟା ବଳାତ୍କାର
ବିଭର୍ଷ ଅତ୍ୟାଚାର
ସତେ ଯେପରି ଅନ୍ଧ
ହେଲେ ସହସ୍ର ଆଖିମେଲି ଚାହେଁ
ଯେବେ ମନ୍ଦିରକୁ ପଶିଯାଏ
ଦଳିତ, ରତୁମତି ନାରୀ ବା ବିଧର୍ମୀଟିଏ।।
କିଏ ତୁମେ ଆଲ୍ଲା
ଯିଏ ଆଖିବୁଜି ଦିଏ
ଯେତେ ସବୁ ଧାର୍ମିକ ଉନ୍ମାଦନାକୁ
ଜଳାପୋଡ଼ା, ମୁଣ୍ଡ କାଟ ବା ଯୌନ ଉତ୍ପୀଡନକୁ
କିନ୍ତୁ ଜଳ ଜଳ କରି ଦେଖିପାରେ
ବୁର୍ଖାହୀନ ନାରୀର ଶରୀର ।।
ତାକୁ ବିବ୍ରତ କରେନା
ଅତ୍ୟାଚାରିତର କରୁଣ ଚିତ୍କାର
କିଂନ୍ତୁ କଷ୍ଟଦିଏ ଖୁସିମନର
ମଣିଷ ଓଠରୁ ଉଚ୍ଚାରିତ ସଙ୍ଗୀତସବୁ ।।
ହେ ଈଶ୍ୱର ହେ ଆଲ୍ଲା
ତୁମେ ହୁଅ କଳ୍ପନା ବା ଅଲୌକିକତା
ହୁଅ ମାନବ ବା ଦେବତା
ଦୟାକର ଦୟାକର
ମାନଵ ସମାଜକୁ
ବନ୍ଦ ହେଉ ଯେତେସବୁ ଧାର୍ମିକ ଉନ୍ମାଦ
ଅତ୍ୟାଚାର ଆଉ ଶୋଷଣ
ମାନଵ ସମାଜରେ ଆଉ ନାହିଁ
ତୁମ ସ୍ଥାନ ବା ଆବଶ୍ୟକତା।।
ତେଣୁ ହେ ଈଶ୍ୱର ହେ ଆଲ୍ଲା
ତୁମେ ନିରୁଦିଷ୍ଟ ହେଇଯାଅ
ଲିଭି ଯାଅ ହଜି ଯାଅ ଉଭେଇ ଯାଅ
ମନ୍ଦିରରୁ ମସଜିଦରୁ
ଗୀତା କୋରାନ ଆଉ ଭାଗବତରୁ
ପୋଥି ପୁରାଣର ପୃଷ୍ଠାରୁ
ସର୍ବୋପରି ମନୁଷ୍ୟର ଚେତନା ଅବଚେତନାରୁ
ରାଜବାଳା....