ଜୀବନ ଗୀତା-୨୧୭
ଜୀବନ ଗୀତା-୨୧୭
1 min
6.8K
ଜୀବନ କେବେ କଳ୍ପନା ବିଳାସୀ
କେବେ ବାସ୍ତବବାଦୀ
କେବେ ନିଜର ସପକ୍ଷରେ ପୁଣି
କେବେ ସେ ପ୍ରତିବାଦୀ ॥୦॥
ଭାବ ଜରଜର ହେଉଥାଏ କେବେ
ବିଷାଦରେ ହୁଏ ଘାଣ୍ଟି
ରହସ୍ୟରେ ଭରା ଜୀବନଟା କେବେ
ଶତ ପ୍ରତିଶତ ଖାଣ୍ଟି
କେବେ ହରାଭରା ଶସ୍ୟଶ୍ୟାମଳା
କେବେ ପୁଣି ଅନାବାଦୀ ॥୧॥
ପ୍ରଶ୍ନବାଚୀ ଟିଏ ଏ ଜୀବନ କେବେ
ପୁଣି ସେ ନିଜେ ଉତ୍ତର
ମହିମା ତାହାର କଳିବ ବା କିଏ
ଦେଖାଏ ଯେତେ ଚାତର
ଆଜିଯାଏ କେହି ପୂରା ବୁଝିନି
ଜୀବନର ଅଭିସନ୍ଧି ॥୨॥