Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ହଜିଲା ଅତୀତ

ହଜିଲା ଅତୀତ

1 min
162



ପଦ୍ମାଳୟା ମିଶ୍ର


ହଜିଲା ଅତୀତ ଆଉ କି ଫେରିବ

ଫେରିବ ସେ ପିଲାଦିନ

ପୁଚି ବୋହୂଚୋରି କିତି ଲୁଚକାଳି

ହୋଇଲା ସାତ ସପନ ।

ସ୍ମୃତି ପରଦାରେ ଦେଖେ ଚଳଚ୍ଚିତ୍ର

ନିରୋଳା ବେଳାରେ ବସି

ଧସେଇ ପଶନ୍ତି ବର୍ତ୍ତମାନ କାର୍ଯ୍ୟ

ଅତୀତ ସ୍ମୃତିକୁ ନାଶି ।

ବେଳେବେଳେ ପୁଣି ଅତୀତ ପବନ

ଯୌବନ ଆୟନ ଛୁଏଁ

ହୃଦୟେ ଆନନ୍ଦ ଭରିଦେଇ ସେ ତ

ପୀରତି ପରବ କୁହେ ।

ମନେ ପଡିଯାଏ ଗୋଲାପ ଫୁଲ

ବହି ପୃଷ୍ଠା ମଧ୍ୟେ ଅଛି

ମଉଳା ଫୁଲରେ ପ୍ରେମର ସୁଗନ୍ଧ

ଏବେ ବି ପୁରି ରହିଛି ।

ଅତୀତର କଥା ଅତୀତର ବ୍ୟଥା

ବର୍ତ୍ତମାନ ଅମ୍ଳଜାନ

ଅତୀତ ଦୁଆରେ ଛିଡ଼ା ହେଇଗଲେ

ହାଲୁକା ହୁଅଇ ମନ ।

ଜୀବନ ଆକାଶେ ଅତୀତ ଶଶାଙ୍କ

ପଥ ପ୍ରଦର୍ଶକ ଜ୍ୟୋତି

ଜୀବନ ହୋଇଲେ ସାଗର ସମାନ

ଅତୀତ ଯେ ଏକ ମୋତି ।।


Rate this content
Log in