Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Others

2  

Sagar Pradhan

Others

ନିରବତା

ନିରବତା

1 min
7.1K


ଆଜିକାଲି ତୁମେ ଫେରାର ଫଗୁଣ

 ପୁନେଇଁ ତିଥିର ଜହ୍ନ

ଆତ୍ମୀୟତାର ବର୍ଷା ଋତୁକୁ

 ଝୁରେ ଆଜି ମନପ୍ରାଣ।

ନିବିଡତାର ବନ୍ଧନ ତୁମେ

  ଛଳହୀନ ବାରିଧାରା,

ମରୁଭୂମି ବାଲୁକାରେ ତୁମେ

 ନିଦାଘର ମରୁଝରା ।

ପୀରତି ତୁମର ମହୁପରି ମିଠା

   ଶାନ୍ତ ଶୀତଳ ଝରା,

ପାହାଡି ଝରଣା ହୃଦୟ ତୁମର

   କୁଳୁକୁଳୁ ନାଦ ପରା ।

ମୋ ଜୀବନ ଅଙ୍କମାନସାଙ୍କ ତୁମେ

   ମୋ ମୁଖର ମୃଦୁ ବାର୍ତ୍ତା

ତୁମରି ବିହୁନେ ହୃଦୟ କୋଣରେ

     ଅସମ୍ଭବ ନିରବତା ।

Sagar Pradhan ,padadigi ,ganjam


Rate this content
Log in