Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

4.8  

ପ୍ରଶାନ୍ତ କୁମାର ବେହେରା

Others

ଭକ୍ତ ଭଗବାନ ଏକାକାର

ଭକ୍ତ ଭଗବାନ ଏକାକାର

1 min
5.8K



କାଳିଆ ସାଅନ୍ତ ହେ !

ବିଭିନ୍ନ ବାଦ୍ୟର ତାଳେ ତାଳେ

ନର୍ତ୍ତକୀଙ୍କର ନୃତ୍ଯର ଛନ୍ଦେ ଛନ୍ଦେ

ଝୁଲି ଝୁଲି ନନ୍ଦିଘୋଷ ରଥେ

ଭକ୍ତସହ ବଡଦାଣ୍ଡରେ

ହୋଇ ଏକାକାର

ବାହୁଡି ଆସନ୍ତି ଶ୍ରୀଗୁଣ୍ଡିଚାରୁ

ପ୍ରଭୁ ଶ୍ରୀଜଗନ୍ନାଥ ।


ଲୀଳାମୟ ହେ !

ତୁମ ମାନବୀୟ ଲୀଳାରେ

ତୁମ ପ୍ରେମରେ,ରଙ୍ଗରେ ଓ ରସରେ

ଭକ୍ତ ଆଜି ହୋଇ ଆତୁର

ହୁଳହୁଳୀ, ହରିବୋଲ ଓ

ଜୟ ଜଗନ୍ନାଥ ଧ୍ୱନୀରେ

ସତେ ଅବା ପଡେ ଉଠେ ବଡଦାଣ୍ଡ ।


ଦାରୁବ୍ରହ୍ମ ହେ !

ରଥ ପଥରେ ନ ଥାଏ

କିଛିର ବାଛବିଚାର

ଭେଦ ଭାବ ନାହିଁ ସେଠି

ଦେଶ, ଜାତି, ଧର୍ମ କି ବର୍ଣ୍ଣର

ସମସ୍ତଙ୍କର ସେଇ

ଗୋଟିଏ ପରିଚୟ

ତାହା ହେଉଛି

କେବଳ ଭକ୍ତର ।


କଳାକାହ୍ନୁ ହେ !

ରସିକ ନଟବର

ତୁମ ସ୍ପର୍ଶରେ ଆସି

ଦେବତା ପାଲଟି ଯାଆନ୍ତି

ଶରଧା ବାଲି, ରଥର ପଥ

ସେଇ ବଡଦାଣ୍ଡ ଆଉ

ସିଂହଦ୍ବାର ଓ ବାଇଶି ପାହାଚ

ସହ ନନ୍ଦିଘୋଷ ରଥ ।


ଜଗନ୍ନାଥ ହେ !

ତୁମ ରଥାରୁଢ

ଅପୂର୍ବ ରୂପକୁ ଦେଖିବାକୁ

ଭକ୍ତ ବି ଭାବର ସାଗରେ

ସେଠି ହୁଏ ଉବୁ ଟୁବୁ

ଖାସ୍ ସେଥି ପାଇଁ ତ

ବଡଦାଣ୍ଡ ଆଜି

ପାଲଟି ଯାଇଛି

ଭକ୍ତର ସମୁଦ୍ର ।


ଜୟ ଜଗନ୍ନାଥ ।

*******************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in