Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

ରାସ୍ତା ସମ୍ପର୍କରେ

ରାସ୍ତା ସମ୍ପର୍କରେ

1 min
459



ଚାଲିବା ଆରମ୍ଭ କଲେ

ପରାମର୍ଶ ଦିଅନ୍ତି ସମସ୍ତେ

ନାକସିଧା ଯିବାପାଇଁ

ସର୍ପିଳ ଭଙ୍ଗୀରେ ଲମ୍ବିଥିବା

ଅଙ୍କାବଙ୍କା ଅଜଣା ରାସ୍ତାରେ।

ଏମିତି କ୍ଷେତ୍ରରେ

କେମିତି ବା ଦ୍ଵନ୍ଦ ନ ଆସିବ,

କେମିତି ବାଛିବ ଜଣେ

ଗନ୍ତବ୍ୟ ରେ ପହଞ୍ଚିବା ପାଇଁ

ସଂକ୍ଷିପ୍ତ ଓ ସହଜ ରାସ୍ତାଟେ !

ତମେ କୁହ, ତମେ ହେଇଥିଲେ

କି ସିଦ୍ଧାନ୍ତ ନେଇ ପାରିଥାନ୍ତ?

ସେ ରାସ୍ତାରେ ଗୋଟେ ପାଦ ଥାପି

ଆର ପାଦ ନିଃଶଙ୍କ ଚିତ୍ତରେ

ଉଠେଇ ନେଇଥାନ୍ତ ଭୂଇଁରୁ !

ନା, ଯେଉଁଠି ଅଛ ସେଇଠି

ମାଟିରେ ପାଦ ପୋତିଦେଇ

ମୃତବତ ସ୍ଥିର ରହିଥାନ୍ତ ?


ଅଜ୍ଞାତ ନଥିବ ତମକୁ,

କିଛି ରାସ୍ତା ଏମିତି ବି ଥାଏ

ବେଶ କିଛିବାଟ ଗଲାପରେ

ଲମ୍ବି ନଥାଏ ଆଗକୁ,

ଅକସ୍ମାତ ଛିଣ୍ଡି ପଡିଥାଏ

ଅଧାରୁ ସେଇଠି କେମିତି।


ସବୁଜାଣି କାହିଁକି କେଜାଣି

ସୁତେ ସୁତେରେ ଭୁଲ ହେଇଯାଏ

ମୁଣ୍ଡରେ ପଶେନା ଏ କଥା

ସବୁରାସ୍ତା ଯିବାପାଇଁ ନୁହେଁ,

ସଠିକ ରାସ୍ତାଟେ ବାଛିବା

ଏକାନ୍ତ ଜରୁରୀ

ଗନ୍ତବ୍ୟରେ ପହଁଚିବା ପାଇଁ

ସବୁଠୁଁ ସ୍ୱଳ୍ପ ଅବଧିରେ,

ସବୁଠାରୁ କମ ଚାଲିବାରେ,

ଚାଲିବା ଭିତରେ କେବେ

ଥକି ନ ଯିବାକୁ,

ଝୁଣ୍ଟି ନପଡିବାକୁ

ଆରମ୍ଭରୁ ଅନ୍ତ ଯାଏଁ।।

===== ©=====

ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

୯୯୩୭୫୪୮୪୩୧

୯୪୩୮୬୭୦୧୨୦

(ଏସ-୫/୩୪୨,ନୀଳାଦ୍ରି ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୨୧)


Rate this content
Log in