STORYMIRROR

Debabrata Jena

Others

3  

Debabrata Jena

Others

ସାହିତ୍ୟ ଏକ ଅବଲୋକନ

ସାହିତ୍ୟ ଏକ ଅବଲୋକନ

1 min
738



ସାହିତ୍ୟ ଆଙ୍କଇ ସମାଜର ଚିତ୍ର

ସମାଜର ସେ ଆଇନା ।

ସମାଜ ହରାଏ ନିଜର ସ୍ୱରୂପ

ସାହିତ୍ୟର ଦୃଷ୍ଟି ବିନା ।।

ସାହିତ୍ୟର ଦିଶା କରଇ ସମୃଦ୍ଧ

ସମାଜ ହୁଏ ସବଳ

କୁସାହିତ୍ୟ ଫଳ ସମାଜେ ପଡ଼ଇ

କରିଦିଏ ଦୁରୁବଳ ।।

ସଂସ୍କୃତିର ଅଙ୍ଗ ଅଟଇ ସାହିତ୍ୟ

ସମାଜେ ଦିଏ ଝଲକ

କଳା ଓ ସ୍ଥପତି ଅଙ୍ଗାଙ୍ଗି ଜଡ଼ିତ

ସମାଜ ପ୍ରତିଫଳକ ।।

କାବ୍ୟ ଓ କବିତା ,ରମ୍ୟ ରଚନାଠୁ

ପ୍ରବନ୍ଧ ଓ ଉପନ୍ୟାସ

ଅଣୁ ଗଳ୍ପ ସଙ୍ଗେ କ୍ଷୁଦ୍ର ଗଳ୍ପ କେତେ

ଶବ୍ଦରେ ଭାଵ ବିନ୍ୟାସ ।।

ଦେଶପ୍ରେମ ଭାଵ ଉଦ୍ରେକ କରଇ

କାରା କବିତାକୁ ପିଢ଼ି

ଖବର କାଗଜ ପତ୍ର ଓ ପତ୍ରିକା

ସଂସ୍କୃତିକୁ ଦିଏ ଯୋଡ଼ି ।।

କବିର ସର୍ଜନା କବିର କଳ୍ପନା

ସଙ୍ଗେ ଶବଦର ଖେଳ

ସାହିତ୍ୟରେ ଆଣେ କେତେ ଯେ ସଂସ୍କାର

ପାଠକେ ହୋନ୍ତି ବିହ୍ୱଳ ।।

ହୃଦୟ କନ୍ଦର ଆଲୋଡନ କରେ

ପଢିଲେ ସେ ସବୁ ଲେଖା

ସାହିତ୍ୟର ସୃଷ୍ଟି ସମାଜର ହିତେ

କରନି କେହି ଉପେକ୍ଷା ।।


ଦେବବ୍ରତ ଜେନା

ଭୋଗରାଇ,ବାଲେଶ୍ଵର

9583138533


Rate this content
Log in