ଜୀବନ ଗୀତା- ୯୨
ଜୀବନ ଗୀତା- ୯୨
1 min
13.6K
ଜୀବନ ଗୀତା- ୯୨
ଏ ଜୀବନ କେବେ ସବୁଜ ମାୟାର ଡାକ
କେବେ ସେ ହଳଦୀ କିଆରି ଲୋହିତ ଶୋକ ॥୦॥
ବିଚିତ୍ର ବର୍ଣ୍ଣାଳୀ ଏଇ ଜୀବନ
କେବେ ଜଳାପୋଡା କେବେ ଚନ୍ଦନ
ରାଜଉଆସର ରାଣୀଅନ୍ତଃପୁର
କେବେ ସିଏ ପୁଣି ଅଶୋକ ବନର ଶୋକ ॥୧॥
କନକ ଚମ୍ପାର ଚାରୁ ଚାହାଣି
କେବେ ଝରାଶେଫାଳିର କାହାଣୀ
ମହୁଆ ମାଟିର ସୁନାର ଫସଲ
କେବେ ସିଏ ପୁଣି ବନ୍ଧ୍ୟା ମରୁଭୂଇଁ ଏକ ॥୨॥