Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୦

ଜୀବନ ଗୀତା- ୧୦

1 min
12.9K


ଜୀବନ ଗୀତା- ୧୦
 
ଜୀବନଟା ଲାଗେ ଛବିଳ ଆଜି
କାଲିକି ହେବ ପଙ୍କିଳ
ଯଉବନ ଢେଉ ଉଚ୍ଛଳ ଆଜି
କାଲିକି ହେବ ଶିଥିଳ ॥୦॥
 
ସବୁଦିନେ ସବୁକଥା ରହେନାହିଁ ଏକାହୋଇ
ସମୟର ନଈ ବହେ ଦୁଇକୂଳ ଉଛୁଳାଇ
ନିରୀହ ପଣର କୋମଳ ମନ
କାଲିକି ହୁଏ ଜଟିଳ ॥୧॥
 
ଆଜିକଥା ବାସିହୁଏ କାଲିପାଇଁ ଲୋଡା ନୂଆ
ଜୀବନଟା ଏଇମିତି ଭଂଗାଗଢାର ଦୁନିଆ
ମଶାଣି ଜୁଇର ଅନଳ ଶିଖା
କାଲିକି ହୁଏ ଶୀତଳ ॥୨॥


Rate this content
Log in