ଜୀବନ ଗୀତା- ୧୨୫
ଜୀବନ ଗୀତା- ୧୨୫
1 min
6.8K
ଜୀବନ ଗୀତା- ୧୨୫
ଜୀବନର ମହୋତ୍ସବ
ଲାଗି ରହିଛି
ଶାଶ୍ୱତ ଏଇ ଜୀବନ
ସଦା ହସୁଛି ॥୦॥
ହସରେ ଲୁହରେ
କଥା କବିତାରେ
ଜୀବନ ତ ଝରିଝରି ଯାଏ
ସୁଖରେ ସ୍ୱପ୍ନରେ
ପ୍ରେମ ପ୍ରଣୟରେ
ଜୀବନ ତ ପୂରିପୂରି ଯାଏ
ଲୋଡିବାରେ ପାଇବାରେ
ଖୁସି ଭରିଛି ॥୧॥
ଋତୁ ଅଋତୁରେ
ପୂଜା ପାର୍ବଣରେ
ଜୀବନ ତ ହସିହସି ଧାଏଁ
ଫୁଲରେ ପତ୍ରରେ
ଗୀତ ସଙ୍ଗୀତରେ
ଜୀବନ ତ ଖୁସିଖୁସି ଥାଏ
ହଜିବାରେ ଖୋଜିବାରେ
ମଜା ରହିଛି ॥୨॥