ଜୀବନ ଗୀତା-୨୩
ଜୀବନ ଗୀତା-୨୩
1 min
12.9K
ଜୀବନରେ ସବୁବେଳେ
ଆଖିର ଲୁହକୁ ଘିଅ କରିଦେଇ
ହୃଦୟରେ ଦୀପ ଜଳାଅ ନିତି
ଛାତିର କୋହକୁ ସଳିତା ସଜାଇ
ଅନ୍ଧାରପଣକୁ କରହେ ଇତି ॥୦॥
ପ୍ରୀତିର ପବନ ଜଳାଇ ରଖିବ
ହୃଦୟ ଦୀପକୁ କାଳେକାଳେ
ବାହାରେ ଝଡର ଅଣଚାଷ ରଡି
ଲିଭାଇ ନପାରେ କେବେହେଲେ
ଜୀବନ ଯୁଦ୍ଧରେ ହାର ମାନନାହିଁ
ପ୍ରତିଟି ଯୁଦ୍ଧରେ ଯାଅହେ ଜିତି ॥୧॥
ବାହାରେ ଆଲୁଅ ଜଳାଇ କି ଲାଭ
ଅନ୍ତରେ ଅନ୍ଧାର କରେ ଘର
ଦୀପଟିଏ ଜାଳି ସବୁରି ଅନ୍ତରେ
ଅନ୍ଧାରକୁ କରିଦିଅ ଦୂର
ଅନ୍ଧାର ହଟିଲେ ହୃଦୟ ଭିତରେ
ଅଙ୍କୁରିତ ହେବ ମାନବ ପ୍ରୀତି ॥୨॥