ଜୀବନ ଗୀତା- ୧୧୩
ଜୀବନ ଗୀତା- ୧୧୩
1 min
6.7K
ଜୀବନ ଗୀତା- ୧୧୩
ଜୀବନରେ ଜୀବନ
ଦଦରା ଛାତିର ତଳେ
ଦୁକୁଦୁକୁ ହୃଦୟ
କେମିତି ବୁଝାଏ ତାରେ
ବେଳୁବେଳ ଅଥୟ ॥୦॥
ଫେରିବାର ବେଳ ଯେତେ
ଆସୁଅଛି ପାଖେଇ
ମୋହମାୟା ବଢେ ସେତେ
ଧରେ ସବୁ ମୁଠେଇ
କାହା ସାଥେ ଦୁଃଖସୁଖ
ବାଣ୍ଟିବାର ନାହିଁ ଲୋକ
କା ପାଖେ ପାତିବି ହାତ
ଦେବ କିଏ ଆଶ୍ରୟ ॥୧॥
ଠିକଣା ବେଳକୁ ଠକି
ଚାଲିଗଲେ ସଭିଏଁ
ତଥାପି ଖୋଜୁଛି ମନ
ଗପିବାକୁ ଘଡିଏ
ଶୂନ୍ୟରେ ଅଣ୍ଡାଳେ ହାତ
ପାଣିରେ ନପାଏ କାତ
କେବେ ଆଉ ହବ କହ
ଦିବ୍ୟଜ୍ଞାନ ଉଦୟ ॥୨॥