Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବଳାର ଆରତି
ଅବଳାର ଆରତି
★★★★★

© Arun Kumar Mitra

Others

1 Minutes   6.7K    7


Content Ranking

ହେ ପୁରୁଷ କୁହ ତୁମେ,

କାହାକୁ ମୁଁ କରିବି ବିଶ୍ଵାସ,

କ୍ଷୁଧାର୍ତ୍ତ ପଶୁର ସମ, ଆଦିମ ପ୍ରବୃତ୍ତି ତୁମ

କେବେ ହେବ ସମୂଳେ ବିନାଶ।

ଚାରିରୁ ଚଉରାଶି ଯାଏ, ଶିଶୁରୁ ବୃଦ୍ଧାହାଏ,

ସବା ଅନ୍ତରେ ସଦା ଡର,

ବିଶ୍ଵଗ୍ରାସୀ ତୁମ ଆଖି, ଅବଳା ନିସ୍ପ୍ରାଣ ଦେଖି

ଭୟେ କମ୍ପମାନ ଥରହର।

ଅନିନ୍ଦ୍ୟ ସୁନ୍ଦର ରୂପ, ବିଷଧର ସରୀସୃପ

ସୁଶିକ୍ଷିତ ସଭ୍ୟ ବିଦ୍ଦଜନ,

ନାହିଁ ଭୟ ଭୀତି ଲଜ୍ଜା, ରୁଚିଶୀଳ ସାଜସଜ୍ଜା

ଘଟାଇଲେଣି କେତେ ଅଘଟଣ।

ମାନବ ସମାଜେ ବାସ, ଜନ୍ତୁ ନା କି ରାକ୍ଷସ

ରହେ ସୁଯୋଗର ଅପେକ୍ଷାରେ,

ଅଦୃଶ୍ୟ ପିଶାଚ ନଖ, ତୀକ୍ଷ୍ଣ ଦନ୍ତ ଭୟାନକ

ଆଡୁଆଲେ ସୁପ୍ତ ଅବସ୍ଥାରେ।

ହେ ପୁରୁଷ କୁହ ମୋତେ, ଦୁଷ୍କର୍ମ ଆଉ ବାକି କେତେ

କେତେ ଅପକର୍ମ ଆଉ ନିତ୍ୟ

ଚଉଦରୁ ଚଉଷଠି, କୁହ କି ନାରୀର ତ୍ରୁଟି

ନର ତୁମେ ରହିଛ ପବିତ୍ର।

ଜାଣ ଦେବଭୂମି ଆମ, ମର୍ତ୍ତ୍ୟ ମଧ୍ୟେ ପୂଣ୍ୟଧାମ

ପ୍ରାଚୀନ ପୁରାଣେ ଅଛି ଲେଖା,

କାହିଁକି ସନ୍ନ୍ୟାସୀ ବେଶେ, ସାଧ ସନ୍ଥ ଅବଳା ପାର୍ଶ୍ଵେ

ପ୍ରଜ୍ଵଳିତ କାମନାର ଶିଖା।

ବୋଧ ବୁଦ୍ଧି ବିବେକ ହୀନ, ଦର୍ପଣେ ନିଜକୁ ଚିହ୍ନ

ଜନ୍ମ ତୁମ ସେଇ ନାରୀ ଗର୍ଭେ

ହେ ପାମର ଦୁରାଚାରୀ, ପାପ କି ପଡିନି ଭାରୀ

ଦେଖଉଛ ପୈାରୁଷ ସଦର୍ପେ।

କୁହ ହେ ନର, ରାଜନ , କୁତ୍ସିତ ଆଚରଣ

ନିତ୍ୟ କେତେ କରିବ ପ୍ରକାଶ

ହେ ପୁରୁଷ କୁହ ତୁମେ

କାହାକୁ ମୁଁ କରିବି ବିଶ୍ଵାସ।

ପୁରୁଷ ବିଶ୍ବାସ, ପ୍ରବୃତ୍ତି

Rate the content


Originality
Flow
Language
Cover design

Comments

Post


Some text some message..