STORYMIRROR

N.sibashankar Reddy

Others

3  

N.sibashankar Reddy

Others

ଅଭାଗାକୁ ନ ଦେଲ ଦର୍ଶନ

ଅଭାଗାକୁ ନ ଦେଲ ଦର୍ଶନ

1 min
366

ଅଟେ ମୁଁ ଅଭାଗା ନାହିଁ ମୋର ଭାଗ୍ୟ କରିବାକୁ ତୋ ଦର୍ଶନ 

ଅଜ୍ଞାତ ଦୋଷ ମୋ କ୍ଷମା କରିଦିଅ ଅଟେ ମୁଁ ଜଣେ ଅଜ୍ଞାନ।୧।


ଅନନ୍ତ ଉଦ୍ୟମ ହେଲା ମୋ ବିଫଳ ଥିଲି କି ମୁହିଁ ବୃଜିନ?

ହୃଦେ ଇଚ୍ଛା ଥାଇ ଦେଖି ନ ପାରିଲି ବିମୁଖ ଯେ ମୋର ମନ 

କେଉଁ ଅବା କେଉଁ କାରଣରେ ମୋତେ କରିଲ ଯେ ଦୂର ମନ 

ଅଟେ ମୁଁ ଅଭାଗା ନାହିଁ ମୋର ଭାଗ୍ୟ କରିବାକୁ ତୋ ଦର୍ଶନ।୨।


ଯାହା ଦେଇଥିଲ ସୁଖେ କଟାଇଲି ଦେଲନି ତୁମ ଦର୍ଶନ 

ଏବେ କିସ ଆଉ ଛଡ଼ାଇବ ଆହେ ଜୀବ ରଙ୍ଗ ମୋ ବିବର୍ଣ୍ଣ।୩।


ପଥେ ପଥେ ମୋର ଦୂର କରିଦେଲ କଣ୍ଟା ରୂପକ ଅଜ୍ଞାନ 

ହୃଦୟେ ମୋହର ରହିଲନି ତୁମ୍ଭେ ସଂସାରେ ମୁଁ ହୀନିମାନ 

ହେଉଛି ବ୍ୟାକୁଳ କରିବାକୁ ପରା ତୁମ୍ଭ ଦିବ୍ୟ ଦରଶନ 

ଅଜ୍ଞାତ ଦୋଷ ମୋ କ୍ଷମା କରିଦିଅ ଅଟେ ମୁଁ ଜଣେ ଅଜ୍ଞାନ।୪।


ଅଭାଗା ଶିବ ମୁଁ କରୁଛି ମିନତୀ ଦେଇ ତବ ପାଦେ ଧ୍ୟାନ 

କଥା ଦିଅ ମାଆ ଗୋ ଦରଶନ ଦେବ ନ କରି ଯେ ଅଭିମାନ।୫।



Rate this content
Log in