ଜୀବନ ଗଣିତ
ଜୀବନ ଗଣିତ
1 min
6.7K
ଚତୁର୍ଥ ଶ୍ରେଣୀରେ ଗଣିତ ପାଠରେ
ରଖିଲି ନମ୍ବର ଦଶ
କେତେ ଗାଳି ମାଡ ବାପା ମୋତେ ଦେଲେ
କଷ୍ଟ ଲାଗିଲା ବିଶେଷ
ମନରେ ମୋ ଜିଦି ଏତେ ବଢିଗଲା
ପଞ୍ଚମରେ ଏକଶତ
ମାଟ୍ରିକରେ ମଧ୍ୟ ସେହି ଏକଶତ
ସେ ବେଳେ ଥିଲା ବିଚିତ୍ର
ଭାବିଥିଲି ବୋଧେ ଜୀବନ ଗଣିତ
କଷିଦେବି ସହଜରେ
ଦୃଢ ମନୋବଳ ନେଇ ମୁଁ କଷିଲି
ଶେଷ ହେଲା ହାରିବାରେ
ମିଶାଇଲେ ଏଠି ଫେଡି ହୋଇଯାଏ
ଫେଡିଲେ ହୁଏ ମିଶାଣ
ଗୁଣିଦେଲେ ପୁଣି ହରି ହୋଇଯାଏ
ହରିଲେ ହୁଏ ଗୁଣନ
ଯେତେ ଚେଷ୍ଟା କଲି ଶିଖି ପାରିଲିନି
ଏମିତି ଓଲଟା ପାଠ
ଶୂନ୍ୟ ଠାରୁ ପଛେ ନମ୍ବର କମିଲା
ହେଲି ନାହିଁ ଭଲ ଚାଟ
ଚିତ୍ତରଞ୍ଜନ ଲେଙ୍କା,କଟକ