ଜୀବନ ଗୀତା-୧୬୭
ଜୀବନ ଗୀତା-୧୬୭
1 min
6.7K
ଜୀବନ ଗୀତା-୧୬୭
ଗୀତା ଷଡ଼ଙ୍ଗୀ
ଜୀବନର ହିସାବ ଖାତାରେ
କେତେ ସୁଖ କେତେ ପୁଣି ଦୁଃଖ
ଦୁଃଖ ସିନା ଚିରଦିନ ସାଥୀ
କେବେକେବେ ବୁଲିଆସେ ସୁଖ ॥୦॥
ସୁଖ ଛିଟ ପ୍ରଜାପତି
ଛୁଇଁଦେଲେ ଉଡ଼ିଯାଏ ଦୂରେ
ଦୁଃଖ ତ ଦେହର ଛାଇ
ସାଥେସାଥେ ଚାଲୁଥାଏ ଧୀରେ
ସୁଖବେେଳେ ଦୁଃଖକଥା ଭୁଲି-
ଯାଇଥାନ୍ତି ସିନା ବହୁଲୋକ ॥୦॥
ସୁଖରେ ଦୁଃଖରେ ଯିଏ
ସମଭାବେ ରହିବା ଜାଣିଛି
ଜଗତର ସୁଖଦୁଃଖ
ଛୁଇଁପାରେ ନାହିଁ ତାକୁ କିଛି
ସୁଖରେ ସେ ହୁଏନା ଉତ୍ଫୁଲ୍ଲ
ଦୁଃଖରେ ବି ପାଳେନାହିଁ ଶୋକ ॥୨॥
*****