କିଏ ସେ...
କିଏ ସେ...
1 min
419
ଉତ୍ତୁଙ୍ଗ ତୁଙ୍ଗ ଶିଖରୀ ,
ଚକ୍ଷୁକୁ ଅଦୃଶ୍ୟ ପ୍ରାୟ,
ସୁବିଶାଳ ବପୁ,ପ୍ରଶସ୍ତ ବକ୍ଷ
ହିମପ୍ରବାହ ସବୁ ସମୟ,
ହନ୍ତସନ୍ତ, ଜନଜୀବନ ଜାଡ଼ପ୍ରାୟ
ହେଲେ କାହିଁକି କେଜାଣି
ବର୍ଷାକାଳୀନ ଅଦିନିଆ ଟାଉଁସିଆ
ସୂର୍ଯ୍ୟ ଆଭାରେ ତରଳିଯାଉଛି
ଶିଖରରୁ ହିମଖଣ୍ଡ ଜଳକଣିକା ହୋଇ।
ଭାଙ୍ଗି ଯାଉଛି ମେରୁଦଣ୍ଡ,
ପ୍ରଶସ୍ତ ବକ୍ଷ ସତେ ଯେମିତି
ସଙ୍କୁଚିତ ପ୍ରାୟ ଦଣ୍ଡାୟମାନ।
ଉନ୍ନତ ଶିର ଆଭୂମ।
ଏହାର ପରିଚୟ କଣ
କିଏ ଏହି ଉତ୍ତୁଙ୍ଗ ତୁଙ୍ଗ ଶିଖର
ଆଉ ଏ ଅଦିନିଆ ଟାଉଁସିଆ ଖରା କିଏ?
ନୀରବ,ନିଃଶବ୍ଦ ପ୍ରହରେ
ସମସ୍ତଙ୍କ ଅଲକ୍ଷ୍ୟରେ
କୋହଭରା ,କଣ୍ଠ ଫଟେଇ
ଅବାରିତ ଅଶ୍ରୁ ବୁହାଇ ଚାଲିଛି ସେ।
