ଜୀବନ ଗୀତା- ୮୧
ଜୀବନ ଗୀତା- ୮୧
1 min
6.7K
ଜୀବନ ଗୀତା- ୮୧
ଜୀବନ ନଉକା ସମ୍ଭାଳୁ ସମ୍ଭାଳୁ
କେତେକେତେ ଝଡ ଯାଇଛି ବହି
ସପନ ଶାମୁକା ସାଉଁଟୁ ସାଉଁଟୁ
କେତେକେତେ ରାତି ଯାଇଛି ପାହି ॥୦॥
ଜୀବନବେଦୀର ମାଟି ଅଗଣାରେ
ଯେତେ ଅଛି ପାଦଚିହ୍ନ
କେହିବି ଥରଟେ ଫେରି ଚାହିଁଲେନି
ବୁଝିଲେନି ଏଇ ମନ
ଜୀବନଯାତନା କୁହୁଳିକୁହୁଳି
କେତେକେତେ କଥା ଦିଏ ଶିଖାଇ ॥୧॥
କଳାର କୋଣାର୍କ ଆଜିବି ରହିଛି
ଅତୀତର ମୂକସାକ୍ଷୀ
ସଂପର୍କ ଶିକୁଳି ହୁଗୁଳା ହେଲେବି
କିଛିତ ରହିଛି ବାକି
ହଜିଲା ସଂପର୍କ ସଜାଡୁ ସଜାଡୁ
କେତେକେତେ କଥା ଭାରି ବାଧଇ ॥୨॥