ଜୀବନ ଗୀତା-୪୧୫
ଜୀବନ ଗୀତା-୪୧୫
1 min
175
ଜୀବନରେ ଦୀପ ଭଳି
ଜଳିନାହିଁ ଯିଏ
ଦହନର କଥା କହି
ପାରିବନି ସିଏ ॥୦॥
ଅନ୍ୟପାଇଁ ଜଳିବାରେ
କେତେଯେ ଆନନ୍ଦ ତାର
କହି ପାରିବ ଏକାତ
ଦୀପ ତଳର ଅଂଧାର
ଦୁନିଆରେ ଆଉ ଜାଣୁ
ବା ନଜାଣୁ କିଏ ॥୧॥
କରୁଣ ସ୍ୱରରେ ବାଜେ
ସାହାନାଇ ହୃଦୟରେ
ରାଗ ଦରବାରୀ ସୂରେ
ଝରିଯାଏ ଲୁହଧାରେ
ନିଜ ଲୁହ ନିଜେ ଲୁଚି
ଏକାଏକା ପିଏ ॥୨॥