ଜୀବନ ଗୀତା-୨୦୬
ଜୀବନ ଗୀତା-୨୦୬
1 min
7.0K
ଜୀବନର ପଥ ଯେତେ କୁସୁମିତ
ସେତେପୁଣି ଅଟେ କଣ୍ଟକିତ ॥୦॥
ଆଦର ଯେତିକି ମିଳେ
ହତାଦର ମିଳେ ସେତିକି
ଅନେକ ଆନ୍ତରିକତା
ତିକ୍ତତା ପୁଣି ସେତିକି
ଗୋଲାପ ପାଇଁ ନିତି ସହଇ
ହାତ ସତରେ କେତେ କଣ୍ଟକାଘାତ ॥୧॥
ଗୋଲାପ ନିଜର ବୋଲି
କଣ୍ଟା ତ ନୁହେଁ ମୋଟେ ପର
ଗୋଲାପ ସାଥିରେ କଣ୍ଟା
ସଦାବେଳେ ଅତି ନିଜର
ହେଉ ସେ ଭାଗ୍ୟ ଅବା ଦୁର୍ଭାଗ୍ୟ
ଫୁଲକଣ୍ଟା ରହିଛି ସମାନୁପାତ ॥୨॥