Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୨୫

ଜୀବନ ଗୀତା-୩୨୫

1 min
254


ଜୀବନର ଜାଦୁଘରେ

ଭଳିଭଳି ଜାଦୁଖେଳ

ବଢିଯାଏ ତାପାଇଁକି

ମନମଧ୍ୟେ କୌତୁହଳ ॥୦॥

ସାଧାରଣ ଘଟଣା ତ

ଲାଗଇ ଅସାଧାରଣ

ସାମାନ୍ୟ କଥା ଗୋଟିଏ

ଲାଗୁଥାଏ ଅସାମାନ୍ୟ

କିଛି ଘଟଣା କରଇ

ଜୀବନକୁ ଟଳମଳ ॥୧॥

ଛାପ ଛାଡିବାକୁ ଚାହେଁ

ଜୀବନ ସବୁ କଥାରେ

ବଂଚୁଥାଏ ଚାକଚକ୍ୟ-

ଭରା ଜୀବନ ମିଥ୍ୟାରେ

ଭୋଗିବାକୁ ପଡେ ତାକୁ

ଶେଷରେ ତ ଫଳାଫଳ ॥୨॥




Rate this content
Log in