Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2.5  

Bikesh Sahu

Others

ନିରୁଦ୍ଦିଷ୍ଟ କି ଆଜି ତୁମେ -୧

ନିରୁଦ୍ଦିଷ୍ଟ କି ଆଜି ତୁମେ -୧

1 min
13.6K




ବିକେଶ ସାହୁ

ହେ ଈଶ୍ୱର !

ତୁମେ ଆଜି କେଉଁଠି ?

ନଭ ଚୁମ୍ବି ଗୀର୍ଜାରେ

ନା ମସଜିଦର ଆସ୍ଥାନରେ

ମନ୍ଦିରର ପାଷାଣ ମୂର୍ତ୍ତିରେ

ନା ଗୁରୁଦ୍ୱାର ସମାଧି ଭିତରେ

ବିତ୍ତଶାଳୀର ସ୍ୱର୍ଣ୍ଣ ମହଲରେ

ନା ନିର୍ଦ୍ଧନର ଜୀର୍ଣ୍ଣ କୁଟୀରେ

ନିରୁଦ୍ଦିଷ୍ଟ କି ଆଜି ତୁମେ ଏଇ ମହୀତଳେ ?


ତୁମେ କି ଆଜି ବନ୍ଦି ?

ବଡ଼ ପଣ୍ଡାର ପୂଜା ଆଉ ମନ୍ତ୍ରରେ

ପାଦ୍ରୀର କ୍ୟାଣ୍ଡେଲରେ

ମୌଲବୀର ନିତ୍ୟ ପ୍ରାର୍ଥନାରେ

ଯୋଗୀର ଯୋଗ ସାଧନରେ

ଅମୀରର ସ୍ୱର୍ଣ୍ଣ ମହଲରେ

ଧୂପ ଦୀପ ଚନ୍ଦନ ସୁଗନ୍ଧେ

ବ୍ରାହ୍ମଣର ବେଦ ମନ୍ତ୍ରେ

ବନ୍ଦି କି ତୁମେ ସେଇ ଅନ୍ଧାର ପ୍ରକୋଷ୍ଠେ ?


ତୁମେ ତ ଆଜି ପ୍ରଶ୍ନବାଚୀ

ପ୍ରତି ମଣିଷ ମନରେ

ସନ୍ଦେହ ତୁମ ଅସ୍ତିତ୍ୱ ଉପରେ

ନ୍ୟାୟର ନା ତୁମେ ଅନ୍ୟାୟର ?

ହିନ୍ଦୁର ନା ତୁମେ ମୁସଲିମର ?

ପାଦ୍ରୀର ନା ତୁମେ ଶିଖର ?

ବୌଦ୍ଧର ନା ତୁମେ ଜୈନର ?

ଅମୀରର ନା ତୁମେ ଫକୀରର ?

ପ୍ରଶ୍ନର ପାହାଡ଼ ଆଜି ତୁମ ଉପରେ

ତଥାପି ତୁମେ ବଞ୍ଚିଛ

ସନ୍ଦେହର ଅନ୍ଧାରି ପ୍ରକୋଷ୍ଠେ

ନିରୁଦ୍ଦିଷ୍ଟ କି ଆଜି ତୁମେ ତୁମରି ସୃଷ୍ଟିରେ ?


Rate this content
Log in