ନାରୀ ନିର୍ଝରଣୀ
ନାରୀ ନିର୍ଝରଣୀ
ନାରୀଟିଏ ଜାୟା ଜନନୀ ଓ କନ୍ୟା
ପ୍ରେମମୟୀ, ତ୍ୟାଗମୟୀ
ହୃଦୟରୁ ସଦା ଝରୁଥାଏ ତାର
ଅମୃତର ଧାରା ନଈ ।
କେତେ ଦୁଃଖ କଷ୍ଟ ଯନ୍ତ୍ରଣାର ଜ୍ଵାଳା
ସହୁ ଥାଏ ସେ ନୀତି
ସଂସାରର ବୋଝ ବାହି ଚାଲି ଥାଏ
ଦିନ ଯାଏ ତାର ବିତି ।
ଛାତିକୁ ପଥର କରି ସହି ରହେ
ପଦେ ନାହିଁ କେବେ ଥକି
ଥକି ପଡ଼ିଲେ ବି ଚାଲିବାକୁ ତାର
ପଥ ଅଛି କେତେ ବାକି ।
ଜଞ୍ଜାଳ ଭିତରେ ଦେଖୁଥାଏ କେତେ ।
ଆଶାର ସ୍ଵପ୍ନ ସେ ନୀତି
ସ୍ବପ୍ନାୟିତ ମନ ତାର ଭରି ଦିଏ
ଜୀବନେ ସୁଖ ଓ ଶାନ୍ତି ।
ଦୁଃଖ ସୁଖ ଭିତରେ ତାର ସ୍ୱପ୍ନର
ଆଶା ଜାଗେ ଅସୁମାରୀ
ପୂରଣ ହେଉ କିମ୍ବା ନହେଉ ସଦା
ଚେଷ୍ଟା ରଖି ଥାଏ ଜାରି ।
ଅସୁମାରୀ ଆଶାର କିରଣ ଦେଖି
ସିଏ ହୁଏ ବିମୋହିତ
ମିଶ୍ରିତ ଜୀବନେ ଆଶା ଉଦ୍ଦୀପନା
ତାର ହୁଏ ସଂଚରିତ ।
ନାରୀ ସମୟ ସ୍ରୋତର ନିର୍ଝରିଣୀ
ମାତା ଶକ୍ତି ସ୍ୱରୂପିଣୀ
ଦୁଃଖ କଷ୍ଟ ସହି ଆଖି ଲୁହ ପିଇ
ଝରା ଏ ଅମୃତ ବାଣୀ ।।
ଅମ୍ବିକା ସ୍ୱାଇଁ