ତୁମ ପ୍ରେମ ତାର ଭାଗ୍ୟେ ନାହିଁ
ତୁମ ପ୍ରେମ ତାର ଭାଗ୍ୟେ ନାହିଁ
1 min
386
ହୃଦୟ ଟା ଦେଇ ପ୍ରେମ କର ସାଥୀ
ଜୀବନ ଟା ଜମା ଦିଅ ନାହିଁ
ଛାଡି କରି କିଏ ଚାଲିଗଲା ବୋଲି
ଜହର ପିଇକି ମର ନାହିଁ (1)
ଜୀବନ ର ମାନେ ଖୁସିରେ ବଂଚିବା
ଜଳିବାର କିଛି ମାନେ ନାହିଁ
ଭୁଲି ଯାଅ ତାକୁ ଛାଡି ଗଲା ଯିଏ
ତୁମ ପ୍ରେମ ତାର ଭାଗ୍ୟେ ନାହିଁ (2)
ଭାବି ଦେଖ ଥରେ ତୁମ ଘର କଥା
ତୁମେ ଛାଡି ଚାଲି ଗଲା ପରେ
ତୁମ ସାଙ୍ଗ ସାଥି ମାଆ ଓ ଭଉଣୀ
କେମିତି ରହିବେ ଦୁନିଆଁରେ (3)
ନୂଆ କରି ଗଢ ଜୀବନ ତୁମର
ଭୁଲି ଅତୀତର ପୁରୁଣା କଥା
ମନ ର ବଳକୁ ଦୃଢ କରି ଶିଖ
ଯେମିତି କେବେସେ ନଦିଏ ବ୍ୟଥା (4)