Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଦୁର୍ଗ ପତନ

ଦୁର୍ଗ ପତନ

1 min
404



ଏଇ ସମୟ ଦେଖିଛି

କେତେ ରାଜା ମହାରାଜାଙ୍କ

ବୀରତ୍ୱର ଗାଥା

ଆଉ ବି ଲେଖିଛି

ବହୁ ଦୁର୍ଗ ପତନର କଥା l


ଧରାକୁ ସରା ଜ୍ଞାନ 

କରୁଥିବା ଲୋକ

ଅବିଳମ୍ବେ ଏଠି 

ଧରାଶାୟୀ ହୁଏ l


ଲୁଟ୍ ପାଟ୍ କରି

ଥୋଡେ ଧନ ସମ୍ପତ୍ତି ଅରଜି

ନିଜ ପାଖରେ ଗଚ୍ଛିତ କରି

ରଖିଥିବା ଲୋକ ବି ଦିନେ

ଏଠି ଖୁବ୍ ଅସହାୟ ହୁଏ l


ସବୁବେଳେ ଗର୍ବ ଅହଙ୍କାରରେ

ଫାଟି ପଡୁଥିବା ଲୋକ

ସମୟର ସ୍ରୋତରେ

ନିଜର ସ୍ଥିତି ବି ହରାଏ l


ନିଜକୁ ଖୁବ୍ ଜ୍ଞାନୀ ଗୁଣୀ

ବୋଲି କହି କହି

ଡିଣ୍ଡିମ ପିଟୁଥିବା ଲୋକ

କେଡେ ମୂର୍ଖଟେ ସତେ ?


ଏଠି ପ୍ରେମ ହୁଏ

ମନ ଉଜୁଡେ

ହୃଦୟ ଖଣ୍ତ ଖଣ୍ତ ହୁଏ

ସ୍ୱପ୍ନ ସବୁ ଭାଙ୍ଗେ

ଆଶା ଧୂଳିସାତ୍ ହୁଏ l


ସମୟ କାହାକୁ କେତେବେଳେ 

ଖୁବ୍ ସହାୟ ହୁଏ

ତ ଆଉ କାହାକୁ 

ଖୁବ୍ ଅସହାୟ କରେ l


ଏଇ ସମୟ 

ସତରେ

ଯେତିକି ବଳବାନ୍

ସେତିକି ଖେଳୁଆଡ୍ l



Rate this content
Log in