ଜୀବନ ଗୀତା- ୧୯୬
ଜୀବନ ଗୀତା- ୧୯୬
1 min
6.9K
ଜୀବନ ଗୀତା- ୧୯୬
ଶତବାର ଭାଙ୍ଗି ସଳଖୁଥାଏ ଯେ
ସେଇ ତ ଅଟେ ଜୀବନ
ପାରଦ ପରିକା ଯେତେ ବିଞ୍ଚିଲେବି
ହୁଏ ଏକ ଦେହମନ ॥୦॥
ଲୁହର ସମୁଦ୍ର ହୃଦୟେ ରଖି ସେ
ଦୁନିଆରେ ହସ ବାଣ୍ଟେ
ଥରଥର ମନ-ହୃଦକୁ ସମ୍ଭାଳି
କଥା କହେ ସିନା ଆଣ୍ଟେ
ନୂଆନୂଆ ସ୍ୱପ୍ନ ଦେଖୁଥାଏ ନିତି
ଭାଙ୍ଗିଲା ପରେବି ସ୍ୱପ୍ନ ॥୧॥
ଶୁଖିଲା ଘାଆକୁ କୋରିକୋରି ନିତି
ଜୀବନ୍ତ ସେ ରଖିଥାଏ
ଅଦେଖା ଘାଆକୁ କେବେ କାହାରିକୁ
ଦେଖାଇ ତ ସେ ନଥାଏ
କଣ୍ଟାରେ ଚାଲିବି ପାରିଜାତ ଫୁଲ
ତୋଳିବାରେ ତାର ଧ୍ୟାନ ॥୨॥