ଜୀବନ ଗୀତା- ୪୯
ଜୀବନ ଗୀତା- ୪୯
1 min
6.4K
ଜୀବନ ଗୀତା
ଜୀବନରେ ଆଜିଯାଏ
ହସ ମୁଁ ବାଣ୍ଟିଛି ସଭିଙ୍କୁ ହେଲେ
ତମ ପାଇଁ ଅଛି ଲୁହ
ଦୋଷ ଦେଇ ମତେ ବେଦରଦୀ ବୋଲି
କେମିତିବା ତମେ କୁହ ॥୦॥
ଦୁନିଆରେ ଲୁହ ଚାପି
ହସିବାକୁ ହୁଏ ନିତି
ତମପାଖେ ଅଭିନୟ
କରିବି କୁହ କେମିତି
ତମେ ମୋର ଆପଣାର
ଭଲକି ଲାଗିବ ତମକୁ ସତେ
ଦେଖି ମୋର ମିଛମୁହଁ ॥୧॥
ଜୀବନର ପଥେପଥେ
ଚାଲୁଅଛି ହାତଧରି
ଝୁଣ୍ଟି ପଡିଲେକି କେବେ
ଦେଇଛି ମୁଁ ହାତଛାଡି
ଉଠାଣିରେ ଗଡାଣିରେ
ଚାଲୁଛି ଚାଲିବି ତମରି ସାଥେ
ଏକଥା ମୋ ମିଛ ନୁହଁ ॥୨॥