ହୋଲି
ହୋଲି
1 min
745
ଶଶୀ ଭୂଷଣ ମହାପାତ୍ର
ହୋଲି ଆଜି ରଙ୍ଗମତୀ
ଚିତ୍ରିତ ପ୍ରଜାପତି
ରଙ୍ଗର ଛିଟିକା ଝାଡ଼ି
ଉଡ଼େ ନୀଳ ଆକାଶରେ
ମଳୟ ପବନ ସାଥେ
ପ୍ରେମରେ ବତୁରି ବତୁରି|
ପ୍ରୀତିରେ ଜଡେଇବ
ତନୁ ମନ ଭିଜେଇବ
ସ୍ବପ୍ନ ଦେଖେଇବ
ରଙ୍ଗର ଇନ୍ଦ୍ରଧନୁସେ
ହୋଲି ଫଗୁଣର |
ରଙ୍ଗର ପସରାରେ
ତୁଳିବି ରହିଛି,
ନାଲି,ନେଳି,ନାରଙ୍ଗୀରେ
ଆଙ୍କିଦେବ ନୂଆ ସମ୍ପର୍କ
ତୁମେ ଖାଲି ମନକୁ
କରିନିଅ କାନଭାସ |
ଦେଖ, ଦେଖ ଚାରିଆଡେ
ପ୍ରେମର ମୁକ୍ତ ଗୁଞ୍ଜରଣ,
ରଙ୍ଗରେ ରଙ୍ଗରେ
ମନରେ ମନରେ ଥାଏ
ସ୍ନେହ, ପ୍ରେମ, ବିଶ୍ୱାସର
ଅୟୁତ ଅୟୁତ ସମର୍ପଣ |
ଅହଂକାର ଲିଭିଯାଉ
ଭଲ ପାଇବାର ରଙ୍ଗରେ
ମନକୁ ମନରେ ଜଡାଇ
ଜୀବନ ରଙ୍ଗମୟ ହେଉ
ତୁମ ମନ,ମୋ ମନ
ଛୁଇଁ ଛୁଇଁ,
ହୋଲିର ମହୋତ୍ସବେ
ଫଗୁଣ ବିଦାୟ ନେଉ,
ରସାପ୍ଳୁତ ଅନୁଭବର
ଏ ହସ୍ତାକ୍ଷର ଥାଉ |
***********
