ମାଆ ଲୋ ମାଆ
ମାଆ ଲୋ ମାଆ
1 min
6.8K
ମାଆ ଲୋ ମାଆ
ମଙ୍ଗଳା ମାଆ
ବିପଦେ ଆପଦେ ତୁ
ହେଉଥାଉ ସାହା…
ତୋ ଅଭୟ ପଣତ ମାଆ
ମୋ ପାଇଁ ଆଶରା
ସଂସାରଟା ପର କଲେ
ଦେଉ ତୁ ସାହାରା…
କୋଳ ତୋର ସୁଖ ଶାନ୍ତି
ପସରା ଅସରା
ତୋ ବିନା ଦୁନିଆଟା
ମିଛ ବେସାହାରା …
ମାଗୁ ନାହିଁ କିଛି ମାଆ
ଅଲୋଡ଼ା ସଂସାରେ
ଯାହା ଦେବୁ ଯାହା ନେବୁ
ସବୁ ତୋ ଇଛାରେ…
ସୁଖ ଦୁଃଖ ଯେତେ ଆସୁ
ଜୀବନ ବାଟରେ
ତୁ ଆଗରେ ଚାଲୁଥିବୁ
ମୁଁ ଥିବି ତୋ ପଛରେ…
ଜୀବନର ପଥ ମୋର
ଶେଷ ତୋ ପାଦରେ
କରିବୁନି ଜମା ପର
ଏ ମିଛ ସଂସାରେ……||