Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

3  

Bikesh Sahu

Others

ହେ ମୋର ପ୍ରେମିକ

ହେ ମୋର ପ୍ରେମିକ

1 min
96


ହେ ମୋର ପ୍ରେମିକ!

ତୁମେ ଆଜି କେଉଁଠି?

ତୁମକୁ ମୁଁ 

ଖୋଜିଛି ଅନେକ

ଅରଣ୍ୟର ନିଶୂନ ମଣ୍ଡଳ

କେତେ ଜନାରଣ୍ୟ ଜନପଥ ।

ତୁମ ପାଇଁ

ବୁଲିଛି ଅନେକ

କେତେ ଚର୍ଚ୍ଚ, ମନ୍ଦିର, 

କେତେ ମସଜିଦ୍, ଗୁରୁଦ୍ୱାର

ହେଲେ ପାଇନି ମୁଁ

ଲେସ ମାତ୍ର ଦର୍ଶନ ତୁମର ।

ସବୁରି ଶେଷରେ 

ଯଦି, ପାଇଛି ତ 

ନିର୍ଜୀବ ନିଶ୍ଚଳ ପ୍ରତିମୂର୍ତ୍ତିଟିଏ ତବ ।

ଦେଖିଛି ତ 

ତୁମ ସେଇ ବସ୍ତୁବାଦୀ ନିଷ୍ପ୍ରାଣ ଶରୀର 

ଯେଉଁ ଠାରେ 

ଅସଂଖ୍ୟ ଅଧର୍ମୀ 

ବିତ୍ତଶାଳୀମାନଙ୍କ ପ୍ରଭାବ ।

ଦେଖିଛି ଆପଣା ସ୍ଵାର୍ଥେ

ତୁମ ନାମେ 

କେତେ ଅତ୍ୟାଚାର ।

ତୁମକୁ ସର୍ବାଗ୍ରେ ରଖି 

କେମିତି ଯେ ବିଶ୍ଵାସରେ 

ଦିଆଯାଏ ବିଷ ।

କୁହ ମୋତେ 

ତୁମେ କ’ଣ ସେଇ ମାନଙ୍କର ?


Rate this content
Log in