Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ସମୟ.....

ସମୟ.....

1 min
157


ଏଇ ସମୟ ଲେଖିଛି,

କେତେ ରାଜା ମହାରାଜାଙ୍କ,

ବୀରତ୍ୱର ଗାଥା,

ଆଉ ବି ଦେଖିଛି,

ବହୁ ଦୁର୍ଗ ପତନର କଥା l


ଧରାକୁ ସରା ଜ୍ଞାନ,

କରୁଥିବା ଲୋକ,

ଅବିଳମ୍ବେ ଏଠି,

ଧରାଶାୟୀ ହୁଏ l


ଲୁଟ୍ ପାଟ୍ କରି,

ଥୋଡେ ଧନ ସମ୍ପତ୍ତି ଅରଜି,

ନିଜ ପାଖରେ ଗଚ୍ଛିତ କରି,

ରଖିଥିବା ଲୋକ ବି ଦିନେ,

ଏଠି ଖୁବ୍ ଅସହାୟ ହୁଏ l


ସବୁବେଳେ ଗର୍ବ ଅହଙ୍କାରରେ,

ଫାଟି ପଡୁଥିବା ଲୋକ,

ସମୟର ସ୍ରୋତରେ,

ନିଜର ସ୍ଥିତି ବି ହରାଏ l


ନିଜକୁ ଖୁବ୍ ଜ୍ଞାନୀ ଗୁଣୀ,

ବୋଲି କହି କହି,

ଡିଣ୍ଡିମ ପିଟୁଥିବା ଲୋକ,

କେଡେ ମୂର୍ଖଟେ ସତେ ?


ଏଠି ପ୍ରେମ ହୁଏ,

ମନ ଉଜୁଡେ,

ହୃଦୟ ଖଣ୍ତ ଖଣ୍ତ ହୁଏ,

ସ୍ୱପ୍ନ ସବୁ ଭାଙ୍ଗେ,

ଆଶା ଧୂଳିସାତ୍ ହୁଏ l


ସମୟ କାହାକୁ କେତେବେଳେ,

ଖୁବ୍ ସହାୟ ହୁଏ,

ତ ଆଉ କାହାକୁ,

ଖୁବ୍ ଅସହାୟ କରେ l


ଏଇ ସମୟ,

ସତରେ,

ଯେତିକି ବଳବାନ୍,

ସେତିକି ଖେଳୁଆଡ୍ l


******************************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in