ଆ' ରେ ମେଘ ଯା' ରେ ଝରି...
ଆ' ରେ ମେଘ ଯା' ରେ ଝରି...
1 min
7.2K
ଆ' ରେ ମେଘ....ଯା' ରେ ଝରି....
ମୋ ପ୍ରିୟାର ଗାଁଆରେ
ମନ ଭୁଲା ଗୀତଟିଏ
ଗାଇ ଦେ' ତା' ନାଆଁରେ.....।୦।
ତା' ଦୁଆରେ ସପନର କଦମ୍ବ ଫୁଟାଇ
ଝରି ଝରି ଦେହ ତା'ର ଦେବୁରେ ଭିଜାଇ
ଲାଜ ଲାଜ ଆଖିରେ ତା'
ପ୍ରୀତି ଭରି ଦେ' ରେ....
ମୋ ପ୍ରିୟାର ଗାଁଆରେ...।୧।
ନୀଳ ‐ ମେଘି ଶାଢିରେ ତୁ ଥରେ ଗଲେ ମିଶି
ତୋ' ଭିତରେ ମୋତେ ପାଇ ହେବ କେତେ ଖୁସି
ବଧୂଲି ଅଧରେ ତା'ର
ଥରେ ଛୁଇଁ ଯା' ରେ.....
ମୋ ପ୍ରିୟାର ଗାଁଆରେ...।୨।
ମିଠା ମିଠା ସପନର ଶେଯରେ ସେ ଶୋଇ
ପ୍ରିୟା ମୋର ଅଳସରେ ମାରୁଥିବ ହାଇ
ସେ ସପନ ନ ଭାଙ୍ଗି ତୁ
ଟିକେ ରହି ଯା' ରେ....
ମୋ ପ୍ରିୟାର ଗାଁଆରେ..... ।୩।