Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୫୯

ଜୀବନ ଗୀତା-୩୫୯

1 min
87


କେତେବେଳେ ଫୁରୁଫୁରୁ

ଫୁଲ ପରି ଜୀବନ

କେବେପୁଣି ଭାରିଭାରି

ପଥରର ବନ୍ଧନ ॥୦॥

ଭାବରେ ଅଭାବ କେବେ

ଅଭାବରେ ଭାବ

ଭୋଗେ ଯିଏ ଜାଣେ ସିନା

କେତେ ହାନିଲାଭ

ହୃଦୟରେ ରୁଗୁରୁଗୁ

ମିଠାମିଠା ଜ୍ୱଳନ ॥୧॥

ବ୍ୟଥାରେ ବତୁରା ଦୁଃଖ

ତାଳୁରୁ ତଳିପା

ଉପରେ ଢାଙ୍କୁଣି ଖାଲି

ସୁଖର ଖୋଳପା

ଜୀବନଟା ଜଳୁଜଳୁ

ସରିଯାଏ ଇନ୍ଧନ ॥୨॥


Rate this content
Log in