ଜୀବନ ଗୀତା-୩୧୨
ଜୀବନ ଗୀତା-୩୧୨
1 min
141
ଜୀବନଟା ଯେତେ ବେଶୀ
ଯାଉଥାଏ ଜଳିଜଳି
ଆହୁରି ସୁନ୍ଦର ଦିଶେ
ଆଉଟା ସୁବର୍ଣ୍ଣ ଭଳି ॥୦॥
ଯନ୍ତ୍ରଣାକୁ ଛାଡି
ଜୀବନ ନାହିଁ
ଜୀବନକୁ ଛାଡି
ଯନ୍ତ୍ରଣା କାହିଁ
ଜୀବନ ଯନ୍ତ୍ରଣା ପରା
ଅନ୍ତରଂଗ ବନ୍ଧୁ ଭଳି ॥୧॥
ମାନସିକ ହେଉ
କି ଶାରୀରିକ
ଯନ୍ତ୍ରଣା ରହିଛି
ଆଉ ରହିବ
ଜୀବନ ଟାକୁ ସୁନ୍ଦର
ଯନ୍ତ୍ରଣା ତ ଦିଏ କରି ॥୨॥