Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୬୨

ଜୀବନ ଗୀତା-୨୬୨

1 min
308


ବଂଚିବାର ସ୍ୱାଦ ଜୀବନରେ ଯିଏ

ଅନୁଭବ କରିନାହିଁ

ରାସ୍ତାସବୁ ଧୀରେଧୀରେ ତାପାଇଁକି

ଯାଇଅଛି ବନ୍ଦହୋଇ ॥୦॥

ଜୀବନର ରସଘନ ମୁହୂର୍ତ୍ତରେ

ରସ ଚାଖିନାହିଁ ଯିଏ

ବଂଚିବା ଭିତରେ ସଂପର୍କର କଥା

କହି ପାରିବନି ସିଏ

ସ୍ନେହଁ ମମତାର ଉପପାଦ୍ୟ କଥା

ତାକୁ ମୋଟେ ଜଣାନାହିଁ ॥୧॥

ଜୀବନର ଜୟଯାତ୍ରା ଜନମରୁ

ମରଣରେ ହୁଏ ଶେଷ

ଯାତ୍ରାପଥେ ସ୍ନେହଁପ୍ରେମ ବାଣ୍ଟିଥିଲେ

ବଂଚିବା ସିନା ସରସ

ବଂଚିବାର କଳା ଯିଏ ଜାଣେ ସିଏ

ଇର୍ଷାକୁ ଦିଏ ଉଜେଇଁ ॥୨॥


Rate this content
Log in