ଜୀବନ ଗୀତା-୧୮୭
ଜୀବନ ଗୀତା-୧୮୭
1 min
6.5K
କେତେ ବାହାନାରେ ଜୀବନ ଜିଏଁ
ସପନକୁ କରି ଭରସା
ସାତରଂଗୀ ସେଇ ସପନ ପାଇଁ
ଜୀବନ ତ ଏତେ ସରସା ॥୦॥
ସପନ ନଥିଲେ ଜୀବନ ନାହିଁ
ଜୀବନ ନଥିଲେ ସପନ
ଖୋଲା ଆଖିରେ ଅଥବା ନିଦରେ
ସପନ ହିଁ ଖାଲି ସପନ
ନିଦ ଆସେନାହିଁ ନପାଏ ଯେବେ
ସପନର ହାତ ଆଉଁଶା ॥୧॥
ସୂରୁଯ ନଥିଲେ ସକାଳ ନାହିଁ
ସକାଳ ନଥିଲେ ସୂରୁଯ
ପୃଥିବୀ ଉପରେ ବୁଣି ଦିଅଇ
ସାତରଂଗେ ସେ ତ ମୁରୁଜ
ପାଣି ବାଷ୍ପ ହୋଇ ନଉଠେ ଯେବେ
ହୁଏନାହିଁ ଜମା ବରଷା ॥୨॥