Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ଜଗତର ନାଥ ବୋଲଇ ଜଗତ

ଜଗତର ନାଥ ବୋଲଇ ଜଗତ

1 min
7.1K


ଜଗତର ନାଥ ବୋଲଇ ଜଗତ

କିଏ କହେ ଭାବଗ୍ରାହୀ

ମୁଁ କହେ କାଳିଆ ମୋ ଗଳା ମାଳିଆ

ସବୁ ଭୁଲେ ତତେ ଚାହିଁ ।

ଭାବି ଭାବି ଆସେ ଦେଉଳେ ପ୍ରବେଶେ

ଦୁଖ ବିବରଣୀ ନେଇ

କେଜାଣି କାହିଁକି କହି ପାରେ ନାହିଁ

ଭୁଲେ ବିଚଳିତ ହୋଇ ।

ନିରୀହ ଚାହାଣି କରଇ ବାୟାଣି

ଲାଗେ ତୁ ମତେ ଚାହିଁଚୁ

ନିଶ୍ଚୟ ଫେଡିବୁ ମୋ ମନ ରଖିବୁ

ନକହି ସବୁ ବୁଝିଚୁ ।

ତୋ ରଙ୍ଗ ଅଧର ହସର ଜୁଆର

ଭୁଲିଯାଏ ମୁଁ ନିଜକୁ

ସମର୍ପି ଦେଇଚି ଶରଣ ପଶିଚି

ଆଶା ପାଇବି ସୁଖକୁ ।।।


ପଦ୍ମାଳୟା


Rate this content
Log in