Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୦୩

ଜୀବନ ଗୀତା- ୧୦୩

1 min
13K


ଜୀବନ ଗୀତା- ୧୦୩

ଜୀବନ କେବେ ମଣି ମାଣିକର
ପିନ୍ଧାଇ ଦିଏ ମୁକୁଟ
କେବେପୁଣି ସେ ଶୂଳୀରେ ଚଢାଇ
ଦେଖୁଥାଏ ଖାଲି ନାଟ ॥୦॥

ପ୍ରେମ ପ୍ରଣୟର ପିଆସୀ ପ୍ରାଣରେ
ଭରିଦିଏ ହଳାହଳ
ଜୀବନର ଗୂଢତତ୍ତ୍ୱ କିଏ ଜାଣେ
ଭୋଗେ ଖାଲି ଫଳାଫଳ
କେତେବେଳେ ସିଏ ଭଲ ବନ୍ଧୁଟିଏ
ପୁଣି କେବେ ସେ ଅବଧାନ ସାଜି
ପିଠିରେ ବସାଏ ଛାଟ ॥୧॥


ପାଟମଠା ଦେଇ ସଜକରେ କେବେ
କରିଦିଏ ପୁଣି ନଗ୍ନ
ହୃଦୟ ସାଥିରେ ହୃଦୟ ମିଶାଇ
କରିଦିଏ ପୁଣି ଭଗ୍ନ
ଅନ୍ଧକାର ଘରେ କେବେ ବନ୍ଦୀକରେ
ପୁଣି କେବେ ସେ ଆଲୋକ ହାତରେ
ଦେଖାଇ ଦିଏ ତ ବାଟ ॥୨॥


Rate this content
Log in