STORYMIRROR

Subhasmita Mohanty

Others

3  

Subhasmita Mohanty

Others

ସବୁଜ ରଙ୍ଗ

ସବୁଜ ରଙ୍ଗ

1 min
166

ଇନ୍ଦ୍ରଧନୁର ସପ୍ତ ରଂଗ ମଧ୍ୟ ରୁ

ଏହା ଅଟେ ଅନ୍ୟତମ,

ହଳଦିଆ ଓ ନୀଳ ରଙ୍ଗ ମଝିରେ

ରହିଛି ଏହାର ସ୍ଥାନ।


ସମସ୍ତ ଗଛ ପତ୍ର ଗୁଡ଼ିକ ରଂଗ

ଅଟେ ଯେ ଏହି ସବୁଜ,

ପ୍ରକୃତି ର ରଂଗ ଅଟେ ପୁଣି ଇଏ

ଧରା ହୋଇଥାଏ ସଜ।


ତ୍ରିରଙ୍ଗା ର ଏହି ସବୁଜ ରଙ୍ଗ ଟି

ସମୃଦ୍ଧି ରୂପ ସୂଚାଏ,

ମହାଦେବ ଙ୍କର ଅତି ପ୍ରିୟ ରଂଗ

ସବୁଜ ଯେ ହୋଇଥାଏ।


ଦେବୀ ସ୍କନ୍ଦମାତା ଙ୍କର ପୂଜା ପାଇଁ

ବ୍ୟବହୃତ ହୁଏ ଏହି,

ଶକ୍ତି ଏବଂ ନବୀକରଣ ପ୍ରତୀକ

ସୂଚାଇ ଥାଏ ଯେ ଏହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍