ଜୀବନ ଗୀତା- ୫୭
ଜୀବନ ଗୀତା- ୫୭
1 min
6.5K
ଜୀବନ ଗୀତା
ହେ ଜୀବନ.......
ତୁମେ ମୋର ପ୍ରିୟ ଶୋଷ
ତୁମେ ପୁଣି ଅବଶୋସ
ତୁମ ପାଇଁ ବାରମାସ
ମୁଁ ଯେ ପାଳଇ ହବିଷ ॥୦॥
ତୁମେ କେବେ ନୀଳନଦୀ
କେବେ ମରୀଚିକା
କେବେ ତୋଫା ଦିବାଲୋକ
କେବେ କୁହେଳିକା
କେବେ ପ୍ରିୟା ଲୁହଧାର
ପୁଣି ନର୍ତ୍ତକୀର ହସ ॥୧॥
ତୁମେ କେବେ ବର୍ଷାଧାର
କେବେ ବଇଶାଖୀ
କେବେ ରୁଦ୍ର ଭଇରବ
କେବେ ନିରିମାଖି
କେବେ କଳାହାଣ୍ଡି ମେଘ
ପୁଣି ଫରଚା ଆକାଶ ॥୨॥