ଜୀବନ ଏଇ ତ ଜୀବନ
ଜୀବନ ଏଇ ତ ଜୀବନ
ଜୀବନ ଏଇ ତ ଜୀବନ ଜୀବନ ଏଇ ତ ଜୀବନ .......
କେବେ ବୁଣେ ସପନ
କେବେ ଭାଙ୍ଗେ ଏ ମନ
କେତେ ଆସନ୍ତି ବାଟୋଇ
କେତେ ଯାଆନ୍ତି ଉଭେଇ
ଗଢ଼ା ଭଙ୍ଗା ଦୁନିଆର ଏହାହିଁ ବିଧାନ
ଜୀବନ ଏଇ ତ ଜୀବନ ଜୀବନ ଏଇ ତ ଜୀବନ .......(୧)
କେବେ ଚିହ୍ନା ଲୋକ ଏଠି ହୁଅଇ ପର
କେବେ ପର ହୁଏ ଅତି ଆପଣାର
କିଏ ଖୋଜେ ସେ ସମ୍ପର୍କ
କିଏ ହଜାଏ ସମ୍ପର୍କ
କିଏ ପୁଣି ଜାଣି ଜାଣି ହଜାଏ ନିଜ ଚିହ୍ନ
ଜୀବନ ଏଇ ତ ଜୀବନ ଜୀବନ ଏଇ ତ ଜୀବନ .......(୨)
ସୁଖରେ ସବୁ ସାଥି ଦୁଃଖରେ କେହି ନାହିଁ
ଅପନ୍ତରା ଏ ବାଟେ ସାହା ଏକା ସାଈଁ
କେବେ ଥାଏ ଉତ୍ଥାନ
କେବେ ହୁଏ ପତନ
ତଥାପି ମିଥ୍ୟା ପଥେ ମଣିଷ ଧାବମାନ
ଜୀବନ ଏଇ ତ ଜୀବନ ଜୀବନ ଏଇ ତ ଜୀବନ .......(୩)
ଯେତେଦିନ ଦେଉଥିବୁ ସେମାନେ ତୋର
କାଲି ନ ଦେଇ ପାରିଲେ ହେବୁ ସାତ ପର
ଦୁଃଖ ସଦା ଥାଏ ଚିର ସହଚର
ସୁଖ ଆସେ ନେଇ ବନ୍ଧୁ ସହୋଦର
ଜୀବନଟା ସୁଖ ଆଉ ଦୁଃଖର ମିଶ୍ରଣ
ଜୀବନ ଏଇ ତ ଜୀବନ ଜୀବନ ଏଇ ତ ଜୀବନ ......(୪)
ଜୀବନଟା ଅଟେ ଭାରି କ୍ଷଣିକ
କ୍ଷଣିକ ସୁଖରେ ଧାଏଁ ଏ ମଣିଷ
ଝୁରି ହୁଏ ମଣିଷ ତାହାରି ପାଇଁ
ଚିରସ୍ଥାୟୀ ସୁଖକୁ ଯେ ଖୋଜୁଛି କାହିଁ
ଏକା ଲକ୍ଷ୍ୟ ହେଉ ବିଭୁ ପଦେ ସମର୍ପଣ
ଜୀବନ ଏଇ ତ ଜୀବନ ଜୀବନ ଏଇ ତ ଜୀବନ ......(୫)
ଦେବବ୍ରତ ଜେନା..
ସହକାରୀ ଶିକ୍ଷକ ,ରଣସିଂହପୁର ଆଶ୍ରମ ବିଦ୍ୟାଳୟ
ଭୋଗରାଇ, ବାଲେଶ୍ଵର
ଦୂରଭାଷ :୯୫୮୩୧୩୮୫୩୩